Dailyhunt Logo
ଆଠଗଡ଼ରେ ଢେଲା ମାଡ଼ଖାଇ ୧୦ରୁ ଅଧିକ ପୋଲିସ ଆହତ, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ଆଠଗଡ଼ରେ ଢେଲା ମାଡ଼ଖାଇ ୧୦ରୁ ଅଧିକ ପୋଲିସ ଆହତ, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ଓଡିଶା ଭାସ୍କର

·12d

·2 share

ଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅଫିସ ସମ୍ମୁଖରେ ବିଜେଡି- ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

ଦୁଇ ଦଳୀୟ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବା ସହ ପୋଲିସ ସ୍ଥିତିକୁ ଆୟତ୍ତ କରିବା ପାଇଁ ସେଠାରେ ପହଞ୍ଚିଥିଲା । ଯାହାପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ।

ପୋଲିସ ଅଟକାଇବା କାରଣରୁ ଦଳୀୟ କର୍ମୀ ପୋଲିସ ଉପରକରୁ ଢେଲା ମାଡ଼ କରିଥିଲେ ।

ଯାହାପରେ ପୋଲିସ ଲାଠି ଚାର୍ଜ କରିଥିଲା । ପରେ ସ୍ଥିତି ସୁଧୁରିଥିଲା ।

ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖବର ମୁତାବକ, ପଞ୍ଚାୟତ ସମିତି ବେହଠକ ବେଳେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନାର ମାହୋଲ ସୃଷ୍ଟି ହୋଇଥିଲା । କର୍ମୀଙ୍କ ଢେଲା ମାଡ଼ରେ ୩ ପୋଲିସ ଅଧିକାରୀ ଗୁରୁତର ଥିବା ସୂଚନା ।

ସ୍ଥାନୀୟ ବିଧାୟକ ରାଜା ସ୍ୱାଇଁ ଘଟଣାକୁ ଘୋର ନିନ୍ଦା କରିଛନ୍ତି।

  • Facebook
  • X (formerly Twitter)
  • LinkedIn
  • Instagram
  • Reddit
  • WhatsApp
  • Telegram
Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar