Dailyhunt Logo
ବଜ୍ରପାତରେ ଭାଙ୍ଗିଗଲା ମହିମାଗାଦିର ଦଧିନଉତି, ଆସୁଛି କି ବଡ ବିପଦ ???

ବଜ୍ରପାତରେ ଭାଙ୍ଗିଗଲା ମହିମାଗାଦିର ଦଧିନଉତି, ଆସୁଛି କି ବଡ ବିପଦ ???

The Samikhsya Odia

·12d

·3 share

ଢେଙ୍କାନାଳ: ବଜ୍ରପାତରେ ଭାଙ୍ଗିଯାଇଛି ଢେଙ୍କାନାଳସ୍ଥିତ ପ୍ରସିଦ୍ଧ ମହିମା ଗାଦି ମନ୍ଦିରର ଦଧିନଉତି। ଗତକାଲି ପ୍ରବଳ ବଜ୍ରପାତରେ ଏହି ନଧିନଉତି ଉଡିଯାଇଥିବାର ଜଣାପଡିଛି। ସୁଦୀର୍ଘ ମନ୍ଦିର ଚୂଡାରେ କିପରି ଏହି ଅଘଟଣା ହେଲା ତାହାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମନ୍ଦିରର ଆର୍ଥିଂ ପଏଣ୍ଟ ଠିକ ଭାବେ କରାଯାଇଛି ବୋଲି ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ କହିଛନ୍ତି।

ତେବେ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯେଉଁ ବଜ୍ରପାତ ହୋଇଥିଲା, ସେଥିରେ ଏହା ଭାଙ୍ଗିଥିବାର ଜଣାପଡିଛି। ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ମନ୍ଦିର ଚୁଡା ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ। ତେବେ ମନ୍ଦିରରେ ବଜ୍ରପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି। ଆଗକୁ କିଛି ବିପଦ ରହିଛି ବୋଲି ଅନେକ ବିଶ୍ବାସ କରିବାରେ ଲାଗିଛନ୍ତି।

  • Facebook
  • X (formerly Twitter)
  • LinkedIn
  • Instagram
  • Reddit
  • WhatsApp
  • Telegram
Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia

Your Reaction?

1
1