Dailyhunt Logo
ଝାରସୁଗୁଡା ରାଜନୀତି ସରଗରମ, ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ?

ଝାରସୁଗୁଡା ରାଜନୀତି ସରଗରମ, ବିଜେପିରେ ଯୋଗଦେବେ କି ଦୀପାଳି ଦାସ, ଆଉ କେତେ ସମ୍ଭାଳିବେ ?

The Samikhsya Odia

·13d

·107 share

ଭୁବନେଶ୍ବର: ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଝିଅ ଏଥର ବିଜେପିରେ ଯୋଗ ଦେବେ। କାରଣ ହେଲା ତାଙ୍କ ଉପରେ କେନ୍ଦ୍ର ସରକାର ଯେପରି ବାରମ୍ବାର ଆକ୍ରମଣ କରିବାରେ ଲାଗିଛନ୍ତି ସେ ଆଉ ସମ୍ଭାଳିପାରିବେ ନାହିଁ। ଏହିପରି ପ୍ରତିକ୍ରିୟା ଆସିବାରେ ଲାଗିଛି ସାମାଜିକ ଗଣମାଧ୍ୟମରେ।

ବିଶେଷ କରି ଦୀପାଳିଙ୍କ ନାମରେ ଥିବା ଗ୍ରୁପରେ ଏହି ଚର୍ଚ୍ଚା ଯୋର ହେବାରେ ଲାଗିଛି।

ନିକଟରେ ଇନକମ ଟାକ୍ସ ତରଫରୁ ଦୀପାଳିଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିଲା। ଏହା ପ୍ରଥମ ନୁହେଁ, ବିଭିନ୍ନ ସମୟରେ କେନ୍ଦ୍ରର ତଦନ୍ତ ଏଜେନ୍ସି ଦ୍ବାରା ତାଙ୍କ ଘରେ ଚଢାଉ କରାଯାଇଛି। ଏପରିକି ଏକ ଅନାସ୍ଥା ପ୍ରସ୍ତାବ ଭୋଟିଂ ବେଳେ ବାହାର ରାଜ୍ୟରେ ମଧ୍ୟ ଦୀପାଳିଙ୍କ ଭାଇଙ୍କୁ ବନ୍ଦି କରିବା ପରି ରଖିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା।

ହେଲେ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଦୀପାଳିଙ୍କୁ ଅନ୍ୟ ଦଳକୁ ଯିବା ପାଇଁ ଆଗ୍ରହ ସୃଷ୍ଟି ହୋଇପାରୁ ନାହିଁ। ସେ ବାରମ୍ବାର ଆଘତ ପାଇବା ସତ୍ବେ ସେ ବିଜେଡି ଛାଡି କୁଆଡେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଅନ୍ୟ ପଟେ ଦୀପାଳିଙ୍କୁ ଦହଗଂଜ କରି କିପରି ନିଜ ଆଡକୁ ଆଣାଯାଇପାରିବ ସେ ନେଇ ବିଜେପି ବେଶ ଚେଷ୍ଠା କରିବାରେ ଲାଗିଛି।

ତେବେ ଦୀପାଳିଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଲା ଯେ, ବିଜେଡି ଆଗ ଅପେକ୍ଷା ଏବେ ଆଉ ସକ୍ରିୟ ହୋଇପାରୁ ନାହିଁ। ବିଶେଷ କରି ଦୀପାଳିଙ୍କ ଉପରେ ବାରମ୍ବାର ଆଘାତ ଦିଆଯାଉଥିଲେ ମଧ୍ୟ ବିଜେଡି ଯେପରି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିପାରୁ ନାହିଁ। ପ୍ରଥମେ ପ୍ରଥମେ ଦଳ ତରଫରୁ ସମସ୍ତ ସହଯୋଗ ଦିଆଯାଉଥିଲା। ହେଲେ ଏବେ ଆଉ ସେପରି ସହଯୋଗ ନ ମିଳିବା ଦୀପାଳିଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

  • Facebook
  • X (formerly Twitter)
  • LinkedIn
  • Instagram
  • Reddit
  • WhatsApp
  • Telegram
Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia

Your Reaction?

19
10
8
1